ଚିକିଟି ବ୍ଲକ ପରିସରରେ ସ୍ୱର୍ଗତ ବ୍ଲକ ଅଧ୍ୟକ୍ଷ ଅପାନା ସେଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
Ganjam (ଗଞ୍ଜାମ)କବିରାଜ ପାତ୍ର, ପଲିଟିକାଲ ଖଟି, ଚିକିଟିJune 1, 202684 views

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଅଧ୍ୟକ୍ଷ ଅପାନା ସେଠୀଙ୍କ ଦୁଃଖଦ ବିୟୋଗ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଜନନେତାଙ୍କ ସ୍ମୃତି ଚାରଣ ପାଇଁ ଆଜି ଚିକିଟି ବ୍ଲକ ପରିସରରେ ଏକ ଗମ୍ଭୀର ପରିବେଶରେ ଶ୍ରଦ୍ଧାଞ୍ଜଳି ତଥା ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ଶୋକ ସଭାରେ ବ୍ଲକ ଉନ୍ନୟନ ଅଧିକାରୀ (BDO)ଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ଚିକିଟି ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ସ୍ୱର୍ଗତ ସେଠୀଙ୍କୁ ଭଲ ପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ସଭା ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅତିଥି ଓ କର୍ମଚାରୀ ସ୍ୱର୍ଗତ ଅଧ୍ୟକ୍ଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ର ନୀରବ ପ୍ରାର୍ଥନା କରାଯାଇଥିଲା।
ଶ୍ରୁତି ଚାରଣ କରି ବକ୍ତାମାନେ କହିଥିଲେ ଯେ, ଅପାନା ସେଠୀ କେବଳ ଜଣେ ଜନପ୍ରତିନିଧି ନଥିଲେ, ବରଂ ଜଣେ ସର୍ବସାଧାରଣଙ୍କ ପ୍ରିୟ ଓ ସେବାଭାବୀ ମଣିଷ ଥିଲେ। ବ୍ଲକର ବିକାଶ ଏବଂ ଲୋକଙ୍କ ଜନ-ମଙ୍ଗଳ କାର୍ଯ୍ୟ ପାଇଁ ସେ ସଦାସର୍ବଦା ତତ୍ପର ରହୁଥିଲେ। ତାଙ୍କର ଏହି ଅକାଳ ବିୟୋଗ ଚିକିଟି ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଭଗବାନ ସେମାନଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସଭାରେ ପ୍ରାର୍ଥନା କରାଯାଇଥିଲା।
