--:--:--
-- ---
Srishti News

ଆଇପିଏଲ୍ ବେଟିଂ ରାକେଟ୍ ଉପରେ ପୋଲିସର ଚଢ଼ାଉ : ଜଣେ ଗିରଫ, ଜଣେ ଫେରାର, ୪ ଲକ୍ଷ ଟଙ୍କା ସହ କାର୍ ଜବତ

Sundargarh (ସୁନ୍ଦରଗଡ଼)ନୂଆଗାଁ ହାତିବାରୀରୁ ଗଣପତି ଦାସଙ୍କ ରିପୋର୍ଟ, ସ୍ରିଷ୍ଟି ନିୟୁଜMay 29, 202685 views
ଆଇପିଏଲ୍ ବେଟିଂ ରାକେଟ୍ ଉପରେ ପୋଲିସର ଚଢ଼ାଉ : ଜଣେ ଗିରଫ, ଜଣେ ଫେରାର, ୪ ଲକ୍ଷ ଟଙ୍କା ସହ କାର୍ ଜବତ
ଆଇପିଏଲ୍ ବେଟିଂ ରାକେଟ୍ ଉପରେ ପୋଲିସର ଚଢ଼ାଉ : ଜଣେ ଗିରଫ, ଜଣେ ଫେରାର, ୪ ଲକ୍ଷ ଟଙ୍କା ସହ କାର୍ ଜବତ ହାତୀବାରୀ: ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନଲାଇନ୍ ଜୁଆ ଓ ଆଇପିଏଲ୍ ବେଟିଂର ପ୍ରକୋପ ବଢ଼ୁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହାତୀବାରୀ ଥାନା ଅନ୍ତର୍ଗତ ନୂଆଗାଁ ଫାଣ୍ଡି ଅଧୀନ ଯୋକେଇତା (ହାସନବେଡା) ଗ୍ରାମରେ ଅନଲାଇନ୍ ମାଧ୍ୟମରେ ଆଇପିଏଲ୍ ବେଟିଂ ଚାଲୁଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ହାତୀବାରୀ ଥାନା ଅଧିକାରୀ ଗୀତାଞ୍ଜଳି ମିର୍ଦ୍ଧାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଜେନ୍ଦ୍ର ସାହୁଙ୍କୁ ଗିରଫ କରିଥିବା ବେଳେ ବଜନ୍ତି ସାହୁ (୨୭) ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଗଜେନ୍ଦ୍ରଙ୍କ ନିକଟରୁ ୩ ଲକ୍ଷ ୯୫ ହଜାର ୫୯୦ ଟଙ୍କା ନଗଦ, ଏକ ଲାଲ୍ ରଙ୍ଗର ମାରୁତି ସୁଜୁକି କାର୍ (OR-14S-0061), ତିନୋଟି ମୋବାଇଲ୍ ଫୋନ୍, ପାସ୍‌ବୁକ୍, ଚେକ୍‌ବୁକ୍, ଆଧାର କାର୍ଡ ଓ ସିମ୍ କାର୍ଡ ଜବତ କରିଛି। ଏହି ଘଟଣାରେ ହାତୀବାରୀ ଥାନା କେସ୍ ନମ୍ବର ୧୫୦, ତାରିଖ ୨୭/୦୫/୨୬ ଅନୁସାରେ ବିଏନଏସ୍‌ର ଧାରା ୩୧୮(୪), ୩୧୮(୨), ୧୧୨(୨), ୩(୫) ସହ ଓପିଜି ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଆସାମୀ ଗଜେନ୍ଦ୍ର ସାହୁଙ୍କୁ ବୀରମିତ୍ରପୁର JMFC କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।