--:--:--
-- ---
Srishti News

ଅପର୍ତିପୁରରେ ଶୋକର ଛାୟା : ମିଳନସାର ବ୍ୟକ୍ତିତ୍ୱ ଯୁଗଳ କିଶୋର ଦାସଙ୍କ ପରଲୋକ

Angul (ଅନୁଗୋଳ)ରୁଦ୍ର ମୋହାନ ସାହୁ ସରୋଜ କାନ୍ତ ଜେନା, ବଅଁରପାଳMay 26, 2026100 views
ଅପର୍ତିପୁରରେ ଶୋକର ଛାୟା : ମିଳନସାର ବ୍ୟକ୍ତିତ୍ୱ ଯୁଗଳ କିଶୋର ଦାସଙ୍କ ପରଲୋକ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅପର୍ତିପୁର ଗ୍ରାମର ଜଣେ ପରିଚିତ ଓ ମିଳନସାର ବ୍ୟକ୍ତିତ୍ୱ ଯୁଗଳ କିଶୋର ଦାସଙ୍କ ପରଲୋକ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ହଠାତ୍ ହୃଦ୍‌ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଡାକ୍ତରମାନେ ନିରନ୍ତର ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଶେଷରେ ସମସ୍ତ ପ୍ରୟାସ ବିଫଳ ହୋଇଥିଲା ଏବଂ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ରାୟ ୪ ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ହୃଦ୍‌ରୋଗରେ ଦେହାନ୍ତ ଘଟିଥିଲା। ପରିବାରରେ ଏହା ଦ୍ୱିତୀୟ ଦୁଃଖଦ ଘଟଣା ହେବାରୁ ପରିବାର ସହ ସମଗ୍ର ଅଞ୍ଚଳ ମର୍ମାହତ ହୋଇପଡ଼ିଛି। ଯୁଗଳ କିଶୋର ଦାସ ଜଣେ ଶାନ୍ତ, ଭଦ୍ର ଓ ସହୃଦୟ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ହସମୁଖ ସ୍ୱଭାବ ଓ ସମସ୍ତଙ୍କ ସହ ସ୍ନେହପୂର୍ଣ୍ଣ ବ୍ୟବହାର ପାଇଁ ସେ ଅନେକଙ୍କର ପ୍ରିୟ ଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର, ସମ୍ପର୍କୀୟ, ବନ୍ଧୁବର୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ତାଙ୍କର ୪ ପୁଅଙ୍କୁ ଛାଡ଼ି ଚିରବିଦାୟ ନେଇଥିବା ବେଳେ ବିଭିନ୍ନ ମହଲର ବ୍ୟକ୍ତିବିଶେଷ ତାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଭଗବାନ ତାଙ୍କ ଅମର ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ ଏବଂ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।