ସାର ଗୋଦାମ ଉପରେ ପ୍ରଶାସନର କଡ଼ା ନଜର, ଯାଞ୍ଚ ପରେ ବିକ୍ରି ଉପରେ ରୋକ
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ସ୍ରିଷ୍ଟି ନିୟୁଜ, ତେନ୍ତୁଳୀଖୁଣ୍ଟିMarch 31, 2026156 views

ନବରଙ୍ଗପୁର-ତେନ୍ତୁଳି ଖୁଣ୍ଟି: କୃଷକ ମାନଙ୍କ ସୁବିଧା ଏବଂ ସାର ର ସଠିକ୍ ବଣ୍ଟନ ନିଶ୍ଚିତ କରିବା ପାଇଁ ଆଜି ତେନ୍ତୁଳିଖୁଣ୍ଟି ପ୍ରଶାସନ ପକ୍ଷରୁ ଏକ ମିଳିତ ଯାଞ୍ଚ କରାଯାଇଛି। ତେନ୍ତୁଳିଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ସମେତ ଭାରପ୍ରାପ୍ତ ଏଡିଓ, ବିଏଓ ବରୁଣ ଧନଫୁଲ, ସହକାରୀ କୃଷି ଅଧୂକାରୀ ତଥା ସାର ପରିଦର୍ଶକ ପ୍ରତିଭା ତିରିଆ, କୃଷି ଓଭର୍ଶୀୟର ଜିତେନ୍ଦ୍ର ଟାକ୍ରି ଏବଂ ଏଟିଏମ୍ ବାଳଗୋବିନ୍ଦ ସାହୁ ପ୍ରମୁଖ ଏହି ପରିଦର୍ଶନରେ ସାମିଲ ଥିଲେ। ଅଧୂକାରୀମାନେ ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ଅଞ୍ଚଳ ଗୁମ୍ମା ଲ୍ୟାମ୍ପ ଅଞ୍ଚଳର ୫ ରୁ ୭ ଜଣ ଲାଇସେନ୍ସ ଧାରିଙ୍କ ସାର ଗୋଦାମ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଗୋଦାମରେ ଥିବା ସାରର ଷ୍ଟକ୍ ରିପୋର୍ଟ ଏବଂ ପ୍ରକୃତ ସାମଗ୍ରୀର ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ସାର ର ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସାର ବିକ୍ରି ନ କରିବାକୁ ସମସ୍ତ ଡିଲର ଓ ଲ୍ୟାମ୍ପ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
